ମୁଠାଏ ମାଟି ପାଇଁ

ଖରା ବର୍ଷା ହେଇ
ବର୍ଷା ସୀତ ହେଇ
ବର୍ଷୁଛି ଯେ ବର୍ଷୁଛି
ଉଲଗ୍ନ କଙ୍କାଳ ମୋର ଅଗଣାରେ
କେଉଁ ଅନନ୍ତ କାଳରୁ
ଭିଯୁଛି ତ ଭିଯୁଛି ।ଅଧା ଭୋକରେ
ଅଧା ଭୋକରେ ,
କବର ତଳୁ
ଧସି ଯାଇଥିବା
ମାଟି ମୁଠାଏ ପାଇଁ
ଲଢ଼ୁଛି ତ ଲଢ଼ୁଛି ।

© ଅକ୍ଷୟ ସାହୁ



ଅଵିଶ୍ରାନ୍ତ

ଆଉ ଥରେ ଥକି ଯିବନି ଭାବି
ପୁଣି ଥରେ ବାଟ ଚାଲିଲି ,
ମନର ବୟସ ବଢି ନ ଥିଲା ବୋଧେ ,
ସ୍ୱପ୍ନମାନେ ସେଠି ପାଇଁ ଦୂରେଇ ନ ଥିଲେ । ୧ ।

କାହାକୁ ପଢିବାକୁ ଇଚ୍ଛା କଲିନି ,
ସବୁ ଚେହେରା ନୂଆ ରହିବ ବୋଲି ,
ସଂପର୍କ ଏବଂ ସ୍ମୃତି ଶବ୍ଦ ଗୁଡାକୁ ପୋଛିଦେଲି
ଆଉ କିଛି ଭାଙ୍ଗି ଯିବନି ବୋଲି । ୨ ।

ନୂଆ ରହିଲେ ସବୁକିଛି କେତେ ସୁନ୍ଦର
ହୃଦୟର ସ୍ଵଚ୍ଛତାରେ କେହି ନୁହେଁ ପର ଓ ନିଜର
ଶରୀର ଯଦି ପାର୍ଥିବ, ମନ କଥା ମନରେ ହିଁ ରହୁ
ସ୍ରଷ୍ଟାର ଇଙ୍ଗୀତରେ ଚାଳିତ , ଏ ଜୀବନ ସମ୍ଭାର
ସମୟର କଷଟିରେ ସତେଜ ଓ ଅବିଶ୍ରାନ୍ତ ରହୁ । ୩ ।

 ©ଅକ୍ଷୟ ସାହୁ